Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ରଦ୍ଦ ହେବ ବିଧାୟକ ପଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତ କର୍ନାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ୫ଟି ଗ୍ୟାରେଣ୍ଟି ପୂରଣ କରିବେ କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡି.କେ ଶିବକୁମାର। ସରକାର ଗଠନ ପରେ ଦେଇଥିବା ଆଶ୍ୱସନାକୁ ପୂରଣ ନ କରିବାରୁ କର୍ନାଟକ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଜଣେ ବ୍ୟକ୍ତି। କର୍ନାଟକ ବରୁଣା ବିଧାନସଭା ଆସନର ବାସିନ୍ଦା କେ.ଏମ ଶଙ୍କର ଏନେଇ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ସେ କହିଛନ୍ତି, ଏହି ପାଞ୍ଚଟି ଗ୍ୟାରେଣ୍ଟି କାର୍ଡରେ କଂଗ୍ରେସ କର୍ନାଟକରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି କାର୍ଡ ବଣ୍ଟନ କରି ସେ ଭୋଟରଙ୍କୁ ଆକର୍ଷିତ କରିଥିଲା। ସରକାର ଗଠନ ହେଲେ ଏସବୁ ଗ୍ୟାରେଣ୍ଟି ପୂରଣ ହେବ ବୋଲି ପ୍ରତିଶୃତି ଦେଇଥିଲା। ଲୋକ ପ୍ରତିନିଧୀ ଅଧିନିୟମର ଧାରା ୧୨୩(୧) ଅନୁଯାୟୀ ଯୁବକ ପିଟିଶନ ଦାଖଲ କରିଛନ୍ତି। ତେବେ ଏଥିପାଇଁ ସିଏମ ସିଦ୍ଧରମୈୟାଙ୍କ ବିଧାୟକ ପଦକୁ ରଦ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ସରକାରଙ୍କୁ ହୋଇଥିବା ଅଭିଯୋଗକୁ ସୁଧାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ରେ ହେବ ବୋଲି କୋର୍ଟ କହିଛି।

Breaking News