ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ। ଗତକାଲି ତାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ରେଡ୍ ହେଣ୍ଡେଡ୍ ଧରିଥିଲା ଲୋକାୟୁକ୍ତ। ଏହାପରେ ସନ୍ଦେହ କରି ତାଙ୍କ ଘରେ ଚଢ଼ାଉକରି ବେଆଇନ ଟଙ୍କା ଜବତ ହେବାପରେ ଆଜି ପୋଲିସ ତାଙ୍କୁ ଗିରଫ କରିଛି। ଗତକାଲି ପ୍ରଶାନ୍ତ ମାଦଲ ଅଫିସ୍ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତର ଅଫିସରମାନେ ତାଙ୍କୁ ଧରିଥିଲେ। ଆଜି ତାଙ୍କ ଘରେ ଚଢ଼ାଉ କରାଯିବାରୁ ୬ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ପ୍ରଶାନ୍ତଙ୍କ ଅଫିସ୍ରୁ ମଧ୍ୟ ୧.୭ କୋଟି ଟଙ୍କା ଜବତ ହୋଇଛି ବୋଲି ଲୋକାୟୁକ୍ତ ସୂଚନା ଦେଇଛି। ଏହି ମାମଲାରେ ବିଧାୟକ ବିରୁପାକ୍ଷପ୍ପାଙ୍କୁ ମଧ୍ୟ ସମନ କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ- ବିଧାୟକ ମଦଲ ବିରୁପାକ୍ଷପ୍ପା କର୍ଣ୍ଣାଟକର ସାବୁନ ଓ ଡିଟରଜେଣ୍ଟ ଲିମିଟେଡ୍ର ଅଧ୍ୟକ୍ଷ ଥିଲେ। ଏହି ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହେବା ପରେ ବିଜେପି ବିଧାୟକ ବିରୁପକ୍ଷପ୍ପା କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡ ଉତ୍ପାଦନ ସଂସ୍ଥାରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……