ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ଗୁଲବର୍ଗା ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଭୂକମ୍ପର ତିବ୍ରତା ୩.୪ ଥିବା ଜଣାପଡିଛି। ରବିବାର ସକାଳ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି | ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ କର୍ଣ୍ମାଟକର ଗୁଲବର୍ଗ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଏହାପରେ କିଛି ଲୋକେ ଘରୁ ବାହାରକୁ ଚାଲିଆସିଥିବାର ଦେଖିବାକୁ ମିଳିଥିଲା । ତେବେ ଏବେ ଯାଏଁ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ରିକ୍ଟର ସ୍କେଲ୍ରେ ଭୂକମ୍ପର ତିବ୍ରତା ୩.୪ଥିବା ରେକର୍ଡ କରାଯାଇଛି । ତେବେ ଏବେ ଯାଏଁ ଭୂକମ୍ପର କେନ୍ଦ୍ରସ୍ଥଳୀ ବିଷୟରେ କିଛି ବିଶେଷ ତଥ୍ୟ ହାସଲ ହୋଇନାହିଁ ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..