Report Card Odisha

| Daily Odia News

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା….

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରସପୂର୍ଣ୍ଣିମା । ବର୍ଷକ ବାରମାସରେ ତେରପର୍ବ | କାର୍ତ୍ତିକମାସ ହେଉଛି ଧର୍ମର ମାସ | ଆଜି କାର୍ତ୍ତିକମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ। ମାସକ ସାରା ବ୍ରତତରଖି ଧର୍ମରେ ଡ଼ଙ୍ଗା ଭସାଇ ବ୍ରତ ଶେଷ କରୁଛନ୍ତି ଶ୍ରଦ୍ଧାଳୁ | ଏହାକୁ ବୋଇତ ବନ୍ଦାଣ ଉତ୍ସବ ଭାବରେ ମନାଯାଇଥାଏ | ଆମର ଇତିହାସ କୁ ଯଦି ଦେଖିବା ଏହି କାର୍ତ୍ତିକ ମାସରେ ସାଧବ ପୁଅ ମାନେ ବାଣିଜ୍ୟ କରିବା ପାଇଁ ଅନ୍ୟ ଦେଶକୁ ଯାଇଥାନ୍ତି | ଶ୍ରୀମନ୍ଦିରରେ ଭକ୍ତଙ୍କୁ ରାଜ ରାଜେଶ୍ୱର ବେଶରେ (ସୁନାବେଶ)ରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ସୁନା ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରି ବ୍ରତ ଉଦଯାପନ କରିବେ ହବିଷ୍ୟାଳି । ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଅନ୍ୟପକ୍ଷରେ ଗତକାଲି ରାତି ସାରା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ମହାପ୍ରଭୁଙ୍କ ପହୁଡ଼ ପଡ଼ିନି। ଆଜି ସକାଳୁ ଭିଡ଼ ଲାଗି ରହିଛି, ଯାହା ଦିନ ସାରା ରହିବ ବୋଲି ଅନୁମାନ କରାଯାଉଛି। ସୁରକ୍ଷା ପାଇଁ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ା ଯାଉ ନାହିଁ।

Breaking News