ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଶ୍ମୀରର ବାରାମୁଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ପୋଲିସ କର୍ମଚାରୀ ଶହୀଦ୍ ହୋଇଛନ୍ତି । ପୋଲିସ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର,ଗୋଳାବାରୁଦ ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି। ଜମ୍ମୁ-କାଶ୍ମୀର ପୋଲିସ ଓ ୫୨ ଆରଆରର ଯବାନମାନେ ଆତଙ୍କବାଦୀକୁ ମୁହଁତୋଡ ଜବାବ ଦେଇଛନ୍ତି। ସୈନ୍ୟ ସତର୍କତା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିଥିଲେ। ଘଟଣା ବିଷୟରେ ବର୍ତ୍ତମାନ ସମୟର କୌଣସି ସୂଚନା ମିଳିପାରି ନାହିଁ। ଏହାପୂର୍ବରୁ ମଙ୍ଗଳବାର ଆତଙ୍କବାଦୀମାନେ ଶ୍ରୀନଗରର ସୌରାର ଅଞ୍ଚାର ଅଞ୍ଚଳରେ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଗୁଳିବର୍ଷଣରେ ପୋଲିସ କର୍ମଚାରୀ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ। ତାଙ୍କୁୂ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ପୁଲିସକର୍ମୀଙ୍କ ପରଲୋକ ହେବା ସହ ତାଙ୍କ ଝିଅଙ୍କ ଚିିକିତ୍ସା ଜାରି ରହିଛି ବୋଲି ସୂଚନା ମିଳିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..