ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀରର ଭଦେରୱା ଏବଂ କିସ୍ତୱରରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସୋସିଆଲ ମିଡିଆ ପୋଷ୍ଟ୍ ଦ୍ବାରା ସମ୍ପୃକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି। ଫଳରେ ଉକ୍ତ ୨ଟି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ସହିତ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଦିଲ ମୀର ସମ୍ପୃକ୍ତ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଧାରା ୧୪୪ ଜାରି କରିଥିଲେ। ଏବେ ଏହି ଅଞ୍ଚଳରେ ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ମୁତୟନ ହୋଇଛନ୍ତି । କିଛି ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ହିଂସା ଉପୁଜିଛି। ବିଜେପି କାର୍ଯ୍ୟକର୍ତ୍ତା ନୂପୁର ଶର୍ମାଙ୍କ ଗିରଫ ଦାବି କରି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା ଏବଂ ସେମାନେ ପଦଯାତ୍ରା କରିଥିଲେ। ଭଦେରୱାର ଜାମିଆ ମସଜିଦ୍ ନିକଟରେ ପଦଯାତ୍ରା ଶେଷ ହେବାପରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାିଥିଲା। ଏଭଳି କାର୍ଯ୍ୟର ଭିଡିଓ କିଛି ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ନିନ୍ଦା କରିଥିଲେ। ଏହାକୁ କେନ୍ଦ୍ରକରି ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିବା ବ୍ୟକ୍ତିଙ୍କ ଘରେ ଆକ୍ରମଣ ହୋଇଥିଲା। ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..