ରିପୋର୍ଟ କାର୍ଡ / ଭୁବନେଶ୍ୱର
ୱାଗସ୍ଥ ମାସରେ ସବୁପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଡଗରମୀକା ସମାବେଶ ଉପରେ କଟକଣା ଜାରି କରାଯାଇଛି | ବିଭିନ୍ନ ବାଣିଜ୍ୟିକ ମେଳା, ପ୍ରଦର୍ଶନୀ ଉପରେ ରୋକ ଲଗାଯାଇଛି | କିନ୍ତୁ ଏହି କଟକଣାକୁ ଖୋଲା ଉଲଂଘନ କରୁଛନ୍ତି ରାଜନୈତିକ ଦଳ | ଉଭୟ ସାହକ ଓ ବିରୋଧୀ ନିୟମାବଳୀକୁ ଦଳି ଦେଇ ମନଇଚ୍ଛା ସମାବେଶ , ଶୋଭାଯାତ୍ରା କରୁଛନ୍ତି | ସବୁ ଦଳର ବରିଷ୍ଠ ନେତାମାନେ ଏଥିରେ ସାମିଲ ହେଉଛନ୍ତି | ଏଥିରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମକୁ କେହି ମାନୁ ନାହାନ୍ତି | କିନ୍ତୁ କାର୍ଯ୍ୟଯ୍ୟନୁଷ୍ଠାନ ପାଇଁ ପ୍ରସାଶନ ସାହସ ଯୁଟାଇ ପାଉନାହିଁ | ସେହିପରି ସରକାରୀ ଓ ବୟବଷୟିକ ସଭାରେ ସର୍ବାଧିକ ୧୦୦ ଜଣ, ଶିଳାନ୍ୟାସ ଓ ଉଦଘାଟନୀ କାର୍ଯ୍ୟକ୍ରମରେ ସର୍ବାଧିକ ୩୦ ଜଣ ଲୋକ ଉପସ୍ଥିତ ରହିବ ପାଇଁ ଅନୁମତି ରହିଛି | କିନ୍ତୁ ଏଥିରେ କେତେ ଶହ ଲୋକ ଉପସ୍ଥିତ ରହୁଛନ୍ତି , ତାହା କାହାରିକୁ ଅଛପା ନାହିଁ | ଲୁଚାଛପା ନୁହେଁ, ସରକାରୀ ଅଧିକାରୀଙ୍କ ଉପସ୍ତିତିରେ ଏସବୁ ଚାଲିଛି | କଟକଣା ଏଥିରେ ମୂଲ୍ୟହୀନ ହୋଇପଡୁଛି | ଏମିତି ପରିସ୍ଥିତିରେ ୱାଗସ୍ଥ ସାରିବାକୁ ଯାଉଛି ଆଉ ମାତ୍ର ଗୋଟିଏ ଦିନ ପରେ ଅଗଷ୍ଟ ମାସ ସରିଯିବ | ସେପ୍ଟେମ୍ବର ମଷପାଇଁ ସରକାର କରୋନା ଗାଇଡଲାଇନ୍ସ ଜାରି କରିବେ | ଏହା ମଧ୍ୟ କରୋନା ସଂକ୍ରମଣ ବହୁମାତ୍ରାରେ କମିବା ସହିତ ସକ୍ରିୟ ରୋଗୀଙ୍କ ସଂଖ୍ୟା କମ ରହିଛି | ବର୍ତ୍ତମାନ ପାର୍ବଣ ଋତୁ କଣ ପଦକ୍ଷେପ ନେବେ ସରକାର ତା ଉପରେ ସମସ୍ତଙ୍କର ନଜର |
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..