ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡର ଷ୍ଟାର୍ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ହତ୍ୟା ଧମକ ମିଳିଛି | ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିକି ମୁମ୍ବାଇର ସାଣ୍ଟାକ୍ରୁଜ ଥାନାରେ ଅଭିଯୋଗ ଆଣିଛନ୍ତି। ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ୟାଟ୍ରିନା-ବିକିଙ୍କୁ ଆଦିତ୍ୟ ରାଜପୁତ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ହତ୍ୟା ଧମକ ଦେଉଥିଲେ। ତେବେ ସେ କାହିଁକି ଏଭଳି ଧମକ ଦେଇଛନ୍ତି ତାହା ଜଣାପଡିନାହିଁ। ବିକିଙ୍କ ଅଭିଯୋଗ ଉପରେ ଆଦିତ୍ୟଙ୍କ ବିରୋଧରେ ପୋଲିସ ତଦନ୍ତ କରୁଛି। ଏହାପୂର୍ବରୁ ଅଭିନେତା ସଲମାନ ଖାନଙ୍କୁ ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିଥିଲା। କ୍ୟାଟ୍ରିନା-ବିକି ଗତ ବର୍ଷ ଡିସେମ୍ବର ୯ରେ ବିବାହ କରିଥିଲେ। ନିକଟରେ ବିକି ନିଜର ଘନିଷ୍ଠ ବନ୍ଧୁମାନଙ୍କ ସହ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ମାଲଦ୍ୱୀପ ଯାଇଥିଲେ।






More Stories
ରେକର୍ଡ ଭାଙ୍ଗିବ କି ଭୂତ ବଙ୍ଗଳା!……
ଆଶା ଭୋସ୍ଲେଙ୍କ ପରଲୋକ…..
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..