ରିପୋର୍ଟ କାର୍ଡ / ଦେବଗଡ଼
ଶିବ ମନ୍ଦିରରେ ଜଣେ ବୋଲବମ୍ କାଉଡିଆଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ। ମୃତକ ଜଣକ ହେଲେ ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି ବେହେରା । ସୂଚନା ଅନୁସାରେ ବିଭୁତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରନ୍ତି। ରବିବାର ସେ ୨ଟି ଗାଡିରେ ବାଲିମୀ ଥାନା ନୂଆଗାଁ ଗ୍ରାମର ୫୦ ଜଣ ଯୁବକଙ୍କ ସହିତ ଜଳାଭିଷେକ ପାଇଁ ଦେବଗଡ ଝାଡେଶ୍ୱର ମନ୍ଦିରକୁ ଆସିଥିଲେ। ସଂଧ୍ୟାରେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ। ରାତ୍ରୀ ପ୍ରାୟ ୧୧ଟା ସମୟରେ ସେ ଖିଆପିଆ ସାରି ମନ୍ଦିର ମଣ୍ଡପରେ ଅନ୍ୟ ମାନଙ୍କ ସହ ଶୋଇଥିଲେ। ଆଜି ଭୋର ପ୍ରାୟ ୩ ଟା ସମୟରେ ସାଥୀ ମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇ ଥିଲେ ମଧ୍ୟ ସେ ଆଉ ଉଠି ନଥିଲେ। ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……