ରିପୋର୍ଟ କାର୍ଡ / ଭୁବନେଶ୍ୱର
KBN ଗ୍ରୁପ ଲିଡର ସମେତ ଅନ୍ୟମାନଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଛାନଭିନ ଚଳାଇଛି । ଜେଲରେ ଥିବା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ରିମାଣ୍ଡରେ ଆଣି ଭିଡିଓରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ପଚରାଉଚୁରା କରାଯିବ ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏଥିପାଇଁ କୋର୍ଟରେ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ। ୪ ଅଭିଯୁକ୍ତ ହେଉଛନ୍ତି ରାହୁଲ ଜେନା, ରାଜେଶ ବେହେରା, ଶୁଭମ ପରିଡା ଓ ସନାତନ ବେହେରା। ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି ପୋଲିସ। ତେବେ ଏହି KBN ଗ୍ରୁପ ଏବେ ରାଜଧାନୀରେ ଆତଙ୍କ ଚଳାଇଛନ୍ତି । କେତେ ବେଳେ ଖୁଲମଖୁଲା ଖଣ୍ଡା ବୁଲାଉଛନ୍ତି ତ, ଆଉ କେତେ ବେଳେ ବିଚ୍ ରାସ୍ତାରେ ବାର୍। ଏମିତି ଭିଡିଓ କରି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରୁଛନ୍ତି । ଯାହା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଗ୍ୟାଙ୍ଗରେ ୨୯ ଜଣଙ୍କ ମଧ୍ୟରୁ ୯ ଜଣ ଗିରଫ ହୋଇସାରିଥିବା ବେଳେ, ଅନ୍ୟମାନଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି । ଗତକାଲି ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବୁବୁର ଘରେ ପୋଲିସ୍ ରେଡ୍ କରିଥିଲା ।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..