ରିପୋର୍ଟ କାର୍ଡ / ହାଇଦ୍ରାବାଦ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଦଶହରା ଅବସରରେ ନିଜ ରାଷ୍ଟ୍ରୀୟ ଦଳର ଘୋଷଣା କରିଛନ୍ତି। ତାଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଏବେ ଭାରତ ରାଷ୍ଟ୍ର ସମିତି ଦଳ ବୋଲି ସେ କହିଛନ୍ତି। ବିଜେପି ସରକାରକୁ ଟକ୍କର ଦେବାକୁ କେସିଆର୍ ଏହି ଦଳ। ସେ ଦୀର୍ଘ ଦିନ ଧରି ଏହି ଦଳ ଗଠନ କରିବାକୁ ଯୋଜନା କରୁଥିଲେ। ଦଳର ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କେସିଆର୍ ନିଜର ସମସ୍ତ କ୍ୟାବିନେଟ୍ ସହଯୋଗୀ ଓ ଦଳର ସମସ୍ତ ୩୩ ଜିଲ୍ଲାଧ୍ୟକ୍ଷଙ୍କୁ ନେଇ ଏକ ବୈଠକ କରିଥିଲେ। ଏହି ସମୟରେ ସେ ନିଜର ରାଷ୍ଟ୍ରୀୟ ଦଳର ଶୁଭାରମ୍ଭ ନେଇ ରୋଡ୍ମ୍ୟାପ୍ ଉପରେ ଚର୍ଚ୍ଚା କରିଥିଲେ। କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର କେସିଆର୍ ବିଭିନ୍ନ ଜନସଭାରେ ଖୁବ୍ଶୀଘ୍ର ଏକ ରାଷ୍ଟ୍ରୀୟ ଦଳ ଗଠନ କରିବାକୁ ଘୋଷଣା କରିଥିଲେ। ଆଉ ଏହି ଦଳ ବିଜେପିକୁ ଟକ୍କର୍ ଦେବ ବୋଲି ମଧ୍ୟ ସେ ସିଧାସଳଖ କହିଥିବା ନଜିର ରହିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..