ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେଦାରନାଥ ଧାମ ଭିତରେ କେହି ଶ୍ରଦ୍ଧାଳୁ ଫଟୋ ଉଠାଇ ପାରିବେ ନାହିଁ ବୋଲି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ଜଣାପଡ଼ିଛି। ସୂଚା ଅନୁସାରେ, ଏଣିକି କେଦାରନାଥ ମନ୍ଦିର ପରିସରରେ କେହି ଫଟୋ ଉଠାଇ ପାରିବେ ନାହିଁ କିମ୍ବା ଭିଡିଓ ଶୁଟିଂ କରିପାରିବେ ନାହିଁ। ଏ ନେଇ ମନ୍ଦିର କମିଟି ପକ୍ଷରୁ ମନ୍ଦିର ଚାରିପଟେ ସାଇନ୍ ବୋର୍ଡ଼ ଲଗାଇ ବି ଦିଆଯାଇଛି। ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ମଧ୍ୟ ନିଷିଦ୍ଧ । ମନ୍ଦିର ଭିତରକୁ ଯାଉଥିବା ଶ୍ରଦ୍ଧାଳୁମାନେ ବି ଭଲ ପୋଷାକ ପରିଧାନ କରିବାକୁ କୁହାଯାଇଛି। ଯଦି ଏହାକୁ କେହି ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..