ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏହା ସହିତ ସେ ଦିଲ୍ଲୀର ଲୋକଙ୍କଠାରୁ ଏକ ନୂଆ ଜନାଦେଶ ମାଗିଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଜନସାଧାରଣ ସେମାନଙ୍କର ରାୟ ନ ଦେବେ ସେପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସିବି ନାହିଁ। ସୁପ୍ରିମକୋର୍ଟରୁ ଜାମିନ ପାଇବାର ଦୁଇ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। କେଜ୍ରିୱାଲଙ୍କ ଇସ୍ତଫା ନିଷ୍ପତ୍ତି ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କେଜ୍ରିୱାଲ ମଦ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଏବଂ ତାଙ୍କ ଘନିଷ୍ଠ ନେତା ମନୀଷ ସିସୋଡିଆ ଏହି ମାମଲାରେ ୧୭ ମାସ ଜେଲରେ ବିତାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ତଫା ଦେବା ପରେ ଅରବିନ୍ଦ କେଜ୍ରିୱାଲ ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ। ତାଙ୍କର ନୂତନ ବାସଭବନ ବିଷୟରେ ମଧ୍ୟ ଆଲୋଚନା ହେଉଛି ଯେ ସେ ଦିଲ୍ଲୀର ଏକ ପୃଥକ ବାସଭବନରେ ରହିବେ ଏବଂ ସେଠାରୁ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରି ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏକ ନୂଆ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି, ଯାହା ମାଧ୍ୟମରେ ସେ ତାଙ୍କ ଭାବମୂର୍ତ୍ତିକୁ ସୁଧାରିବାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କେଜ୍ରିୱାଲ ଏବଂ ତାଙ୍କ ଦଳର ଭାବମୂର୍ତ୍ତି କିଛି ସମୟ ପାଇଁ କ୍ଷତିଗ୍ରସ୍ତ ହୋଇଯାଇଥିଲା।।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……