ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପଦରୁ ହଟାଇବା ପାଇଁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କେଜ୍ରିୱାଲଙ୍କ ପାଇଁ ଏହା ଏକ ବଡ ଆଇନଗତ ରିଲିଫ ଭାବରେ ବିବେଚନା କରାଯାଉଛି | ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ରାଜନୈତିକ ପ୍ରସଙ୍ଗରେ ଆମେ ନ୍ୟାୟିକ ସମୀକ୍ଷା କରିପାରିବୁ ନାହିଁ। ଅରବିନ୍ଦ କେଜ୍ରିୱାଲଙ୍କୁ ସିଏମ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଥିଲା। ଗୁରୁବାର ଏହି ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପ ପାଇଁ କୌଣସି ଆବଶ୍ୟକତା ନାହିଁ। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡ ଗୁରୁବାର ଶେଷ ହେଉଛି। ମଦ ଦୁର୍ନୀତି ମାମଲା ତଥା ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଟିମ୍ ମାର୍ଚ୍ଚ ୨୧ ତାରିଖ ରାତିରେ ସିଏମ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୁରୁଣା କଥା ଦୋହରାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପୁଣି ରିମାଣ୍ଡରେ ନେଇଛି। ଆସନ୍ତା ୧ ତାରିଖ ଯାଏ ସେ ଇଡି ରିମାଣ୍ତରେ ରହିବେ ତାଙ୍କୁ ୨୨ ତାରିଖରୁ ୭ ଦିନ ଅର୍ଥାତ ୨୮ ତାରିଖ ଯାଏ ରିମାଣ୍ଡରେ ନେଇଥିଲା। ସୂଚନାଯୋଗ୍ୟ, କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଆମ୍ ଆଦମୀ ପାର୍ଟି (ଏଏପି) ପକ୍ଷରୁ ଦିଲ୍ଲୀ ସମେତ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି। ଏହା ସହିତ ଅନ୍ୟ ବିରୋଧୀ ଦଳ ମଧ୍ୟ କ୍ରେଜିୱାଲଙ୍କ ଗିରଫଦାରୀଙ୍କୁ ନିନ୍ଦା କରୁଛନ୍ତି। ବିଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହେଉଛି। ଜର୍ମାନୀ ଏବଂ ଆମେରିକା ପକ୍ଷରୁ ଏନେଇ ଭାରତ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ମଧ୍ୟ ପ୍ରଦାନ କରାଯାଇଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..