Report Card Odisha

| Daily Odia News

କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବହିଷ୍କାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି। ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ଜଣାପଡିଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଭବ କୁମାକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ବିଭାଗ କହିଛି ଯେ, ଅସ୍ଥାୟୀ ନିଯୁକ୍ତି ସହ ଜଡିତ କେନ୍ଦ୍ରୀୟ ସିଭିଲ ସର୍ଭିସ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନା ଅନୁସାରେ- ବିଭବ କୁମାର ୨୦୦୭ ମସିହାରେ ଏକ ପୋଲିସ କେସରେ ସମ୍ମୁଖୀନ ହୋଇଥିଲେ। ସେତେବେଳେ ସେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ସମୟରେ ତାଙ୍କ ବିରୁଦ୍ଧରେ ଥିବା ମାମଲା ବାବଦରେ ସୂଚନା ଦିଆଯାଇନଥିଲା। ଏହା ନିୟମର ଉଲ୍ଲଙ୍ଘନ ବୋଲି ଭିଜିଲାନ୍ସ କହିଛି।

 

Breaking News