Report Card Odisha

| Daily Odia News

କେନ୍ଦ୍ର କ୍ୟାବିନେଟରେ ବ୍ୟାଙ୍କ ବୀମା ଓ କ୍ରେଡ଼ିଟ ଗ୍ୟାରେଣ୍ଟି ନିଗମ ବିଧେୟକ ୨୦୨୧କୁ ମଞ୍ଜୁରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟଙ୍କା ଜମା ରଖିଥବା ବ୍ୟାଙ୍କ ଯଦି କୌଣସି କାରଣରୁ ବୁଡ଼ିଯିବ କିମ୍ବା ତାହା ଉପରେ କଟକଣା ଲଗାଯିବ | ଗ୍ରାହକଙ୍କୁ ଚିନ୍ତା କରିବାକୁ ପଡ଼ିବନି | ସେମାନେ ୯୦ ଦିନ ଭିତରେ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଫେରିପାଇବେ | ବୁଧବାର କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ବୀମା ଓ କ୍ରେଡ଼ିଟ ଗ୍ୟାରେଣ୍ଟି ନିଗମ ବିଧେୟକ ୨୦୨୧କୁ ମଞ୍ଜୁରୀ ଦେଇଛି | କ୍ୟାବିନଟେର ନିଷ୍ପତ୍ତି ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସାମ୍ବାଦିକ ସମ୍ମିଶଳନୀରେ ସୂଚନା ଦେଇଛନ୍ତି। ଭାରତ ସରକାରଙ୍କ ଅଧିନରେ ଥିବା ସମସ୍ତ ଘରୋଇ ଏବଂ ସରକାରୀ ବ୍ୟାଙ୍କ ଏହି ନିୟମ ଦ୍ୱାରା କାର୍ଯ୍ୟ ଜାରି ରଖିବେ । ଜମାକାରୀ ଏବଂ ଗ୍ରାହକଙ୍କ ପାଇଁ ଏହି ନିୟମ ଦ୍ୱାରା ଫାଇଦା ହେବ । ଏବଂ ଯେଉଁବ୍ୟାଙ୍ଗ ଗୁଡ଼ିକ ବନ୍ଦ ହେବା ଉପରେ ତାଙ୍କ ଉପରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ । ଗତବର୍ଷ ବ୍ୟକ୍ତିଗତ ଜମାକର୍ତ୍ତା ଅର୍ଥାତ ସିଙ୍ଗଲ ବ୍ୟାଙ୍କ ଆକାଉଣ୍ଟ ଧାରୀଙ୍କ ଜମା ବୀମା ରାଶି ୧ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହାପରେ ମଧ୍ୟ ବନ୍ଦ ହେବାକୁ ଯାଉଥିବା ବ୍ୟାଙ୍କ ଗୁଡ଼ିକରୁ ଟଙ୍କା ପାଇବାରେ ସମସ୍ୟା ସୃଷ୍ଟି ହେଉଥିଲା । କିନ୍ତୁ ୨୦୨୧ ବଜେଟରେ କେନ୍ଦ୍ର ଅକର୍ଥମନ୍ତ୍ରୀ ଏନେଇ ନିଜ ଭାଷଣରେ ସ୍ପଷ୍ଟ କରିଥିଲେ । ଏବଂ ଏକଥା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସରକାର ଡିପୋଜିଟ ଇନ୍ସୁରାନ୍ସ ଏବଂ କ୍ରେଡ଼ିଟ ଗ୍ୟାରେଣ୍ଟି କର୍ପୋରେସନ ଆକ୍ଟ ୧୯୬୧କୁ ସଂଶୋଧନ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହା ଫଳରେ ଜମାକର୍ତ୍ତା ନିଜର ଟଙ୍କା ସୁରକ୍ଷିତ ଏବଂ ସୁବିଧାରେ ପାଇପାରିବେ ।

Breaking News