ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଲେ ଯୁବକ। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶର ପଞ୍ଚାୟତର ସମଲପୁର ଗାଁରେ ଘଟିଛି। ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ ନେଇ ସମଲପୁର ଗାଁର ଯୁବତୀ ଲକ୍ଷ୍ମୀପ୍ରିୟା ଦାସଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ସୋମବାର ଆକ୍ରମଣ କରିଛନ୍ତି । ଲକ୍ଷ୍ମୀପ୍ରିୟା ଚିତ୍କାର କରିବାରୁ ତାଙ୍କ ମା’ ପ୍ରଭାତୀ ଦାସ ଘଟଣା ସ୍ଥଳରେ ପହଞ୍ଚି ଝିଅକୁ ବଞ୍ଚାଇବା ପାଇଁ ଉଦ୍ୟମ କଲାବେଳେ ଆକ୍ରମଣକାରୀ ପ୍ରଭାତୀଙ୍କୁ ମାଡ଼ମାରି ଉଲଗ୍ନ କରି ଦେଇଥିଲେ । ଏ ନେଇ ଲକ୍ଷ୍ମୀପ୍ରିୟା ସଦର ଥାନାରେ ଅଭିଯୋଗ କରିଛନ୍ତି l ତେବେ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ସମଲପୁର ଗାଁ ପୋଲିସ ଛାଉଣୀ ହୋଇଛି। ଅନ୍ୟପଟେ ପୋଲିସ ଏଯାଏ କାହାକୁ ଗିରଫ କରି ନ ଥିବା ଜଣାପଡିଛି । ଅନ୍ୟପକ୍ଷରେ ଏ ନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ l ପୀଡିତା ଲକ୍ଷ୍ମୀପ୍ରିୟା ଏତଲାରେ ୧୦ ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି l






More Stories
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..