Report Card Odisha

| Daily Odia News

କେନ୍ଦ୍ରାପଡା ଜିଲ୍ଲାରେ ତୈଳ ସନ୍ଧାନ…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଗୌଡ଼ ଗାଁରେ ଭୂତଳ ପେଟ୍ରୋଲର ସନ୍ଧାନ ମିଳିଛି। ଖଣିଜ ତୈଳ ସନ୍ଧାନ ମିଳିବା ପରେ ଭାରତୀୟ ତୈଳ ନିଗମ ପକ୍ଷରୁ ଖନନ ପ୍ରକ୍ରିୟା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏନେଇ ମାର୍ଶାଘାଇ ତହସିଲଦାର ଭାନୁମତୀ ମାଝି, ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା, ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କ ସମେତ ଗ୍ରାମବାସୀଙ୍କୁ ନେଇ ଜନଶୁଣାଣି କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ରାଜସ୍ୱ ବିଭାଗ ଅଧିନସ୍ଥ ଗୌଡ଼ଗାଁରେ ଜମି ଅଧିଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମିମାଲିକଙ୍କ ନିକଟରୁ ୩ ବର୍ଷିଆ ଲିଜ୍‌ ନିମନ୍ତେ ଜମି ଅଧିଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଜମି ୪ ଡିସିମିଲକୁ ବାର୍ଷିକ ୧୪ହଜାର ଟଙ୍କା ପ୍ରଦାନ କରାଯିବାକୁ ସ୍ଥିରୀକୃତ ହୋଇଛି। ଏନେଇ ଭାରତୀୟ ତୈଳ ନିଗମ ଓ ଜମି ମାଲିକଙ୍କ ମଧ୍ୟରେ ଯମପଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ସୋମବାର ଚୁକ୍ତି କରାଯିବାକୁ ନିଷ୍ପତ୍ତି ହୋଇଛି। ଗୌଡ଼ଗାଁ ସମେତ ଅନ୍ୟ ଗ୍ରାମର ୧୧୪ଜଣ ଜମି ମାଲିକଙ୍କୁ ୧କୋଟି ୬୩ଲକ୍ଷ ଟଙ୍କା ଅନୁକମ୍ପା ରାଶି ମେ ୨୨ତାରିଖରେ ପ୍ରଦାନ କରାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଛି। ଭାରତୀୟ ତୈଳ ନିଗମ ପକ୍ଷରୁ ଭୂତଳ ଖନନ ଶେଷ କରାଯିବା ପରେ ତୈଳ ଖଣିର ସନ୍ଧାନ ମିଳିବା ନେଇ ଆଶାସଞ୍ଚାର ହୋଇଛି।

Breaking News