ରିପୋର୍ଟ କାର୍ଡ / କେନ୍ଦୁଝର
ବାରମ୍ବାର ସମନ ସତ୍ତ୍ବେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଜାତୀୟ ଜନଜାତି ଆୟୋଗଙ୍କ ଅଦାଲତରେ ହାଜର ନହେବାରୁ ଜିଲ୍ଲାପାଳଙ୍କ ବିରୋଧରେ ଆୟୋଗ ଚଳିତମାସ ୧୧ତାରିଖ ଗିରଫ ପରୱାନା ଜାରି କରିଥିଲେ। ଜିଲ୍ଲାରେ ଆଇନଶୃଙ୍ଖଳା କାରଣ ଦର୍ଶାଇ ଚଳିତମାସ ୧୩ ତାରିଖ ଜିଲ୍ଲାପାଳ ଆୟୋଗଙ୍କ ନିକଟରେ ହାଜର ନହେବାରୁ ଚଳିତମାସ ୧୯ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଜାତୀୟ ଜନଜାତି ଆୟୋଗ ନୂଆଦିଲ୍ଲୀଙ୍କ କାର୍ଯ୍ୟାଳୟରେ ହାଜର କରିବା ପାଇଁ ଆଇଜି ଅଫ୍ ପୋଲିସ (ସିଆଇଡି,ସିବି) ଅମିତେନ୍ଦ୍ରନାଥ ସିହ୍ନା ଗତ ୧୬ ତାରିଖରେ କେନ୍ଦୁଝର ଏସ୍.ପି.ଙ୍କୁ ଚିଠି କରିଥିଲେ।ତେବେ ଆୟୋଗଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇ ରହିତାଦେଶ ଜିଲ୍ଲାପାଳଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଗୁରୁବାର ପୁଣି ଅନ୍ୟ ଏକ ମାମଲାରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର ହେବା ପାଇଁ ସମନ ଜାରି କରାଯାଇଛି | ଏନେଇ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ କହିଛନ୍ତି। ଆୟୋଗ ସଦସ୍ୟ ଶ୍ରୀ ନାଏକ ନିକଟରେ କେନ୍ଦୁଝର ଜିଲ୍ଲାର ନିର୍ମାଣାଧିନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ପ୍ରକଳ୍ପ କ୍ଷତିଗ୍ରସ୍ତ ଓ ପ୍ରଭାବିତଙ୍କ ଇଥଥାନ ଓ ପୁର୍ନବାସ ସମ୍ପର୍କରେ ଆଲୋଚନା ସମୟରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିଲେ। ଏହାସତ୍ତ୍ବେ ସଦସ୍ୟ ଶ୍ରୀ ନାଏକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ପୁର୍ନବାସ ସମ୍ପର୍କିିତ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କିିତ ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ପ୍ରଦାନ ନକରିବାରୁ ଏହି ମାମଲାରେ ଆୟୋଗ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଆସନ୍ତା ୯ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆଦିଲ୍ଲୀସ୍ଥିତ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିବାକୁ ଆଦେଶ ଜାରି କରିଥିବା ସୂଚନା ମିଳିଛି |






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..