ରିପୋର୍ଟ କାର୍ଡ / କେନ୍ଦୁଝରରୁ
ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ମେଡ଼ିକାଲ୍ ଚେକ୍ଅପ୍ ପାଇଁ ଯାଇଥିବା ଅଭିଯୁକ୍ତ ପରିଶ୍ରା କରିବା ବାହାନାରେ ଶୌଚାଳୟ ଯାଇ ସ୍କାଏଲାଇଟ୍ ଭାଙ୍ଗି ଚମ୍ପଟ ମାରିଛି । ପୋଲିସ ଭକୁଆ ହୋଇ ଶୌଚାଳୟ ବାହାରେ ବସିଛି। ଏପରି ଅଭିଯୋଗ ଆସିଛି କେନ୍ଦୁଝରରୁ । ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ବଡ଼ବିଲ୍ର ଅମିତ ଦାସ। ଗିରଫ ପରେ ପୋଲିସ ତାକୁ ସନ୍ଧ୍ୟା ବେଳେ ମେଡ଼ିକାଲ୍ ଚେକ୍ଅପ୍ ପାଇଁ ବଡ଼ବିଲ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ମେଡ଼ିକାଲ୍ରେ ପହଞ୍ଚିବା ପରେ ପରିଶ୍ରା କରିବାର ବାହାନା କରିଥିଲା ଅଭିଯୁକ୍ତ। ପୋଲିସ ତାକୁ ପରିଶ୍ରା ପାଇଁ ଶୌଚାଳୟ ଭିତରକୁ ଯିବାକୁ ଅନୁମତି ଦେଇଥିଲା। ପୋଲିସ ଶୌଚାଳୟ ବାହାରେ ତା’ର ଫେରିବା ବାଟକୁ ଅନାଇ ବସିଥିଲା। ହେଲେ ଅଭିଯୁକ୍ତ ଶୌଚାଳୟରେ ଲାଗିଥିବା ସ୍କାଏଲାଇଟ୍ ଜାଲ ଭାଙ୍ଗି ସେହି ରାସ୍ତାରେ ଗଳି ବାହାରକୁ ଚାଲିଗଲା । ଶୌଚାଳୟ ବାହାରେ ଦୀର୍ଘ ସମୟ ଧରି ବସିବା ପରେ ପୋଲିସ କର୍ମଚାରୀମାନେ କବାଟ ବାଡ଼େଇଥିଲେ। ହେଲେ ଶୌଚାଳୟ ଭିତରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା। ତା’ପରେ କବାଟ ଭାଙ୍ଗି ଦେଖିଲା ବେଳକୁ ସ୍କାଏଲାଇଟ୍ ଜାଲ ଛିଡ଼ାଇ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଏହାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା,ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ…..