Report Card Odisha

| Daily Odia News

ବଳଦ ପାଟିରେ ବିସ୍ଫୋରଣ ହେଲା ବୋମା…..

ରିପୋର୍ଟ କାର୍ଡ / କେନ୍ଦୁଝର

ବଳଦ ପାଟିରେ ବୋମା ବିସ୍ଫୋରଣ ହୋଇଛି | ଅଭିଯୋଗରୁ ଜଣାପଡ଼ିଛି ବାର୍‌ହା ଶିକାର ପାଇଁ ଘାସ ଭିତରେ ରଖାଯାଇଥିବା ବୋମା। ଆଉ ସେହି ବୋମାକୁ ଘାସ ଖାଇଲା ବେଳେ ଚୋବାଇ ଦେଇଥିଲା ବଳଦ। ଯେଉଁଥିପାଇଁ ବଦଳ ପାଟିରେ ବୋମାଟି ବିସ୍ଫୋରଣ କରିଥିଲା। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଘଟିଛି। ତେଲକୋଇ ବନାଞ୍ଚଳର ସମାକୋଇ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ରଖାଯାଇଥିଲା ବୋମା। ବାର୍‌ହା ବଦଳରେ ଦୁର୍ଭାଗ୍ୟକୁ ସେହି ବୋମାକୁ ଖୁଣ୍ଟାପଡା ରେବତୀ ମହାକୁଡ଼ଙ୍କ ବଳଦ ଖାଇଦେଇଥିଲା। ବୋମା ବଳଦ ପାଟିକୁ ଗଲା ପରେ ଫାଟି ଯାଇଥିଲା। ଯାହାଫଳରେ ବଳଦର ମୁହଁ ଛିନ୍‌ଛତର ହୋଇଯାଇଛି। ବଦଳ ପାଟିରୁ ଜିଭ ଓ ଦାନ୍ତ ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି। ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛି ବଳଦଟି। ସ୍ଥାନୀୟ ଗାଁ ଲୋକେ ଏନେଇ ବନ ବିଭାଗ ପାଖରେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି। ତେବେ ବାର୍‌ହା ଶିକାର ପାଇଁ କିଏ ବୋମା ଖଞ୍ଜିଥିଲା, ତାହା ଜଣାପଡ଼ି ନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି |

Breaking News