ରିପୋର୍ଟ କାର୍ଡ / କେନ୍ଦୁଝର
କେବଳ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ। ନବୀନ ପଟ୍ଟନାୟକ ଆପଣଙ୍କ ପରିବାରର ଓ ଆପଣଙ୍କ ପିଲାଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ନିର୍ବାଚନରେ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ। ରବିବାର କେନ୍ଦୁଝର ଜିଲ୍ଲା ସିଲସୁଆଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହା କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହାନ ଜନନାୟକ। ସେ କେନ୍ଦୁଝରବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ତାଙ୍କୁ ନିର୍ବାଚନରେ କେନ୍ଦୁଝରବାସୀ ଆଶୀର୍ବାଦ ଦିଅନ୍ତୁ। ଶଙ୍ଖ ଚିହ୍ନ ଓଡ଼ିଶାବାସୀଙ୍କ ଆତ୍ମା। ବିଜୁ ପରିବାରର ଆତ୍ମା। ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଛନ୍ତି। ଘଟଗାଁ ମା’ ତାରିଣୀ ମନ୍ଦିରର ରୂପାନ୍ତରୀକରଣ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପ୍ତାହେ ତଳେ ଲୋକାର୍ପିତ ହୋଇଛି। ଗତକାଲି ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମା’ ତାରିଣୀଙ୍କ ପୀଠ ବି ସେମିତି ନୂଆ ରୂପରେ ସଜେଇ ହେବ। ଆଗାମୀ ୧୦୦ ବର୍ଷ ପାଇଁ ଦର୍ଶନରେ ଭକ୍ତଙ୍କୁ କୌଣସି ସମସ୍ୟା ହେବନି। ୫-ଟି ଅଧ୍ୟକ୍ଷ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ନୁହେଁ, କାମରେ ବିଶ୍ୱାସ କରନ୍ତି। ସେ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। ଅନ୍ୟମାନଙ୍କ ଭଳି ଲମ୍ବା ଭାଷଣ ଦେବା ସେ ଶିଖି ନାହାନ୍ତି। ଅନ୍ୟ ଲୋକମାନେ ବଡ଼ବଡ଼ ଭାଷଣ ଦେଇ ପଳାଇବେ। କିନ୍ତୁ ଗୋଟିଏ ହେଲେ ସମସ୍ୟାର ସମାଧାନ ହେବନି। ପୁଣି ଛଅ ମାସ ପରେ ଆସିବେ। ମିଠାମିଠା କଥା କହି ପଳାଇବେ। ସେ ଭାଷଣର କିଛି ମୂଲ୍ୟ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସବୁ ସମସ୍ୟାକୁ ସମ୍ମାନର ସହ ସମାଧାନ କରାଯିବ। ତେଣୁ ଆଜି ଯେଉଁ ସବୁ ଆବେଦନପତ୍ର ମିଳିଛି ତାହା ମଧ୍ୟରୁ ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମ୍ପର୍କିତ ସମାଧାନ ସାତଦିନ ମଧ୍ୟରେ ହେବ। କାରଣ ଏହା ଲୋକଙ୍କ ସରକାର। ଲୋକେ ଯାହା ଚାହିଁବେ, ତାହା ହେବ ବୋଲି ସେ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ୧୩ ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜୁନ୍ ମାସରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଅଭିଯୋଗ ମିଳିଥିଲା। ସେଥିରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……