ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶୀତଋତୁରେ କେଶରର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ସେବନ କରିବାର ସର୍ବୋତ୍ତମ ଉପାୟ ହେଉଛି ସାମାନ୍ୟ କେଶର ଏବଂ ମହୁ ମିଶ୍ରିତ ଉଷୁମ କ୍ଷୀର । କେଶର ଏକ ମହଙ୍ଗା ମସଲା। ଏହା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ। କେଶରରେ ୧୫୦ ରୁ ଅଧିକ ଔଷଧୀୟ ଗୁଣ ରହିଛି। ଯାହା କାଶ, ଥଣ୍ଡା, ଜ୍ୱର ଭଳି ଅନେକ ରୋଗର ମୁକାବିଲା କରିବାର ଶକ୍ତି ଦେଇଥାଏ। ଶୀତୠତୁରେ କେଶର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ କେଶର ଅତ୍ୟନ୍ତ ଲାଭଦାୟକ। କେଶର ଗଛର ପତ୍ରକୁ ପେଷି ଏହାକୁ ଆଣ୍ଠୁଗଣ୍ଠିରେ ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଅନେକ ସମୟରେ କାମର ପ୍ରଭାବ , ଥକ୍କାପଣ, ଜୀବନଶୈଳୀ କାରଣରୁ ଉତ୍ତମ ନିଦ ହୋଇନଥାଏ। ଏହି ସମସ୍ୟା ଦୂର ପାଇଁ କ୍ଷୀରରେ କେଶର ମିଶାଇ ପିଇବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ। କେଶର ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ଯାହା ଖାଦ୍ୟକୁ ହଜମ କରିବାରେ ବେଶ ଲାଭଦାୟକ ହୋଇଥାଏ। ଏହା ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। କେଶର ତ୍ୱଚା ଓ ଚର୍ମର ଚମକ ବୃଦ୍ଧିରେ ମଧ୍ୟ ବେଶ ସହାୟକ। ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କେଶର, କ୍ଷୀର ଏବଂ ଚନ୍ଦନକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଭଲ ଭାବରେ ଲଗାନ୍ତୁ ଏବଂ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ।ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ।
କେଶର ମିଶ୍ରିତ କ୍ଷୀରର ସେବନ କରିବା ଦ୍ୱାରା ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମନ ପ୍ରଫୁଲ୍ଲ ରହିଥାଏ ବୋଲି କୁହାଯାଏ।






More Stories
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….
ଓଡିଶାକୁ ପୁଣି ଫେରିଲା କରୋନା:ଜଣେ ଆକ୍ରାନ୍ତ ଚିହ୍ନଟ……
ସବୁ ଜିଲ୍ଲାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ…..