Report Card Odisha

| Daily Odia News

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା,ଅପେରା-ଦୋକାନ ମନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍‌ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ। ଭକ୍ତଙ୍କ ପାଇଁ ମେଳା ବାରଣ ଥିବା ବେଳେ କୌଣସି ପ୍ରକାର ଦୋକାନ ବଜାର ଖୋଲିବ ନାହିଁ। ଏହାସହ ଅପେରା ପାର୍ଟିକୁ ମଧ୍ୟ ବନ୍ଦ କରାଯାଇଛି। ରବିବାଠାରୁବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି। ଚଳିତ ବର୍ଷ ଖଣ୍ଡଗିରି ମୋଟ୍‌ ୧୦୦ ଜଣ ବାବା ଆସିବେ। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି। କରୋନା କଟକଣା ପାଇଁ ଜନ ସମାଗମ ଉପରେ ରୋକ ଲାଗିଥିବାରୁ କେବଳ ସାଧୁସନ୍ଥ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିବେ।

Breaking News