Report Card Odisha

| Daily Odia News

ମୋଦି ସରକାରଙ୍କୁ ଟାର୍ଗେଟ କଲେ ଖାର୍ଗେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖାର୍ଗେ କହିଛନ୍ତି, ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି । ସୂଚନାଯୋଗ୍ୟ, ଇଡି ଶୁକ୍ରବାର ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ମନି ଲଣ୍ଡରିଂ ସମ୍ବନ୍ଧିୟ ଯାଞ୍ଚ ଆଧାରରେ ବିହାରର କିଛି ସ୍ଥାନରେ ଓ ଅନ୍ୟ କିଛି ସ୍ଥାନରେ ଚଢାଉ କରିଥିଲା । ଏହାରି ଭିତରେ ଲାଲୁ ପ୍ରସାଦଙ୍କ ପରିବାର ଓ ଆରଜେଡିର ଅନ୍ୟ ନେତାଙ୍କ ପରିସରରେ ବି ଚଢାଉ କରାଯାଇଥିଲା । ଆରଜେଡି ମୁଖ୍ୟଙ୍କ ୩ ଝିଅଙ୍କ ବିଭିନ୍ନ ପରିସରରେ ବି ଚଢାଉ କରାଯାଇଥିଲା । ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାର ଏଜନ୍ସି ଗୁଡିକର ଦୂରୁପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି । ଖାର୍ଗେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଟୁଇଟ କରିଛନ୍ତି ସେ ଲେଖିଛନ୍ତି, ଗତ ୧୪ ଘଣ୍ଟା ହେବ ମୋଦି ଜି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଇଡିକୁ ବସାଇ ରଖିଛନ୍ତି । ତାଙ୍କର ଗର୍ଭବତୀ ପତ୍ନୀ ଓ ଭଉଣୀମାନଙ୍କୁ ହଇରାଣ କରାଯାଉଛି । ଲାଲୁ ପ୍ରସାଦ ଯାବଦ ଜଣେ ବରିଷ୍ଠ, ଅସୁସ୍ଥ ବ୍ୟକ୍ତି, ତଥାପି ମୋଦି ସରକାର ତାଙ୍କ ପ୍ରତି ମାନବିକତା ଦେଖାଇ ନ ଥିଲେ । ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି ।

Breaking News