ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ସିଜେଏମ୍ କୋର୍ଟରେ ଆଶିଷ ଜାମିନ ପାଇଁ ଆବେଦନ କରିଥିଲେ। ବୁଧବାର କୋର୍ଟ ଉଭୟ ଆଶିଷ ଏବଂ ତାଙ୍କ ସହଯୋଗୀ ଆଶିଷ ପାଣ୍ଡେଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ଆଶିଷ ମିଶ୍ରାଙ୍କ ସାଙ୍ଗ ଅଙ୍କିତ ଦାଶ ଆଜି ଏସ୍ଆଇଟିରେ ହାଜର ହୋଇଥିଲେ । ହିଂସା ଘଟଣାରେ ଜେରା ପାଇଁ ତାଙ୍କୁ ସମନ୍ କରାଯାଇଥିବା ବେଳେ ଜେରା ପରେ ତାଙ୍କୁ ପୋଲିସ ଗିରଫ କରିଛି। ଅଙ୍କିତ ସମେତ ଆଉ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଚି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୯ରେ ଗିରଫ ହୋଇଥିବା ଆଶିଷ ମିଶ୍ରଙ୍କୁ ପୋଲିସ ୩ ଦିନ ରିମାଣ୍ଡ୍ରେ ନେଇଛି। ଅନ୍ୟ ଜଣେ ଅଭିଯୁକ୍ତ ଶେଖର ଭାରତୀକୁ ଗତକାଲିଠାରୁ ୩ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ଅଙ୍କିତ ଦାଶ ହେଉଛି ପୂର୍ବତନ ମନ୍ତ୍ରୀ ଅଖିଳେଶ ଦାଶଙ୍କ ପୁତୁରା । ଘଟଣା ଦିନ କୃଷକଙ୍କ ଉପରେ ଯେଉଁ ଗାଡ଼ିଟି ମାଡ଼ିଯାଇଥିଲା ସେହି ଗାଡ଼ିର ମାଲିକ ଅଙ୍କିତ ଦାସ ବୋଲି ଜଣାପଡ଼ିଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟିପିଟି ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..