Report Card Odisha

| Daily Odia News

ଖୋର୍ଦ୍ଧା ଜିଲ୍ଲାରେ ସକାଳ ୧୦.୩୦ରେ ସ୍କୁଲ ଛୁଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୋର୍ଦ୍ଧା ଜିଲ୍ଲାରେ ଅଙ୍ଗନବାଡ଼ିରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଅର୍ଥାତ ଅଙ୍ଗନବାଡ଼ିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା ଜିଲାର ସବୁ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏଁ ଚାଲିବ। ସରକାରୀ, ଘରୋଇ, ଅନୁଦାନପ୍ରାପ୍ତ ସ୍କୁଲ ସାଢ଼େ ୧୦ଟା ଯାଏଁ ଖୋଲା ରହିବ। ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି ପାଇଁ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଫଳରେ ଆସନ୍ତାକାଲିଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ସ୍କୁଲ ଛୁଟି କରିଦିଆଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି।

Breaking News