Report Card Odisha

| Daily Odia News

ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ୟେଦିୟୁରପ୍ପା, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଲାଗିରହିଛି ଚର୍ଚ୍ଚା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ବି. ଏସ. ୟେଦିୟୁରପ୍ପା ଇସ୍ତଫା ଦେବାନେଇ ଚର୍ଚ୍ଚା ଜୋର୍ ଚାଲିଛି । ବର୍ତ୍ତମାନର ଖବର ସାମ୍ନାକୁ ଅସିଛିକି ୨୬ ତାରିଖରେ ସେ ଇସ୍ତଫା ଦେଇ ପାରନ୍ତି । ହେଲେ ଆଉ ଏକ ଚର୍ଚ୍ଚା ହେଉଛି କି ୟେଦିୟୁରପ୍ପାଙ୍କ ଉତ୍ତରାଧିକାରୀ କିଏ ହେବ । ରେସରେ ଆଗରେ ଅଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ବିଜେପି କେନ୍ଦ୍ରୀୟ ନେତୃତ୍ବ ଏମିତି ଜଣେ ନେତା ସନ୍ଧାନରେ ଅଛନ୍ତି ଯାହାଙ୍କର ରାଜନୈତିକ ଛବି ସ୍ୱଚ୍ଛ ଓ ସେ ନିର୍ବିବାଦୀୟ ହୋଇଥିବେ। ଏମିତି ଦେଖିଲେ ପ୍ରହଲ୍ଲାଦ ଯୋଶୀ ଉପଯୁକ୍ତ ନେତା। କିନ୍ତୁ ତାଙ୍କ ନେତୃତ୍ୟକୁ ରାଜ୍ୟର ବିଜେପି ବିଧାୟମାନେ ମାନିବେ କି ନାହିଁ ସେଇଟା ଗୋଟେ ପ୍ରସଙ୍ଗ ହୋଇଛି। ସେହିପରି ଜାତି ଆଉ ଏକ ପ୍ରସଙ୍ଗ। ପ୍ରହଲ୍ଲାଦ ଯୋଶୀଙ୍କ ସମେତ ରେସରେ କର୍ଣାଟକ ବିଜେପି ମୁଖିଆ ବସ୍ୱରାଜ ବୋମୋଇ ଓ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି. ଏଲ. ସନ୍ତୋଷଙ୍କ ନାଁ ବି ଆସୁଛି। ତେବେ ମୁଖ୍ୟମନ୍ତ୍ରୀ ପଦ ବି. ଏସ. ୟେଦିୟୁରପ୍ପା ଛାଡ଼ିବେ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନି। ଯଦି ସେ ପଦ ନ ଛାଡ଼ିବେ ତେବେ ବିଜେପି ପାଇଁ ବଡ଼ ସମସ୍ୟା ହୋଇପାରେ। ନିକଟରେ ୟେଦିୟୁରପ୍ପା ଦିଲ୍ଲୀ ଗସ୍ତରେ ଆସି ଅମିତ ଶାହା ଓ ଜେ. ପି. ନଡ୍ଡାଙ୍କୁ ଭେଟିଥିଲେ। ଏହାପରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବା ଚର୍ଚ୍ଚା ଜୋରଦାର ହୋଇଥିଲା। କିନ୍ତୁ ସେତେବେଳେ ଆଲୋଚନାକୁ ଖଣ୍ଡନ କରିଥିଲେ ୟେଦିୟୁରପ୍ପା।

Breaking News