Report Card Odisha

| Daily Odia News

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ଜଙ୍ଗଲ କ୍ଲିୟରାନ୍ସ ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ କାମ ଅଧିକ ତ୍ବରାନ୍ବିତ ହେବ। ଦଶପଲ୍ଲା ଏବଂ ପୁରୁଣା କଟକ ମଧ୍ୟରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୬୮ କିଲୋମିଟର ରେଳ ଲାଇନ ପାଇଁ ଜଙ୍ଗଲ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ହସ୍ତକ୍ଷେପ ପରେ ଆଜି ଏହି ଅନୁମତି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ । ଏହି ରେଳ ଲାଇନ ପ୍ରକଳ୍ପ ୧୧୨ରୁ ୧୮୦ କିଲୋମିଟର ମଧ୍ୟରେ ଜଙ୍ଗଲ ଜମିକୁ ଅନୁମତି ଦିଆଯାଇଛି । ଜଙ୍ଗଲ ପରିବେଶ ଅନୁମତି ମିଳିବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଲେଖିଛନ୍ତି, ‘ଖୋର୍ଦ୍ଧାରୋଡ-ବଲାଙ୍ଗୀର ନୂତନ ଲାଇନରେ ଅବଶିଷ୍ଟ 68 କିଲୋମିଟର ବିଭାଗ ପାଇଁ ଜଙ୍ଗଲ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଭୁପେନ୍ଦର ଯାଦବଙ୍କଙ୍କୁ ଧନ୍ୟବାଦ। ସମସ୍ତ ଟେଣ୍ଡର ଜାରି କରାଯାଇଛି ଏବଂ ଖୁବ ଶୀଘ୍ର ଚୂଡାନ୍ତ ହେବ।’ ଆର୍ଥିକ ବର୍ଷ ୧୯୯୪-୯୫ ରେ ଏହି ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। କୋର୍ଟ ମାମଲା ଏବଂ ଜଙ୍ଗଲ ମଞ୍ଜୁରୀ ଇତ୍ୟାଦି ଅନେକ ପ୍ରସଙ୍ଗରେ ଏହା ବିଳମ୍ବ ହେଉଥିଲା ୨୦୧୪-୧୫ ବର୍ଷ ଠାରୁ ଏହି ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି। ଅଦ୍ୟାବଧି, ୩୦୧ କିଲୋମିଟରରୁ ୧୧୫ କିଲୋମିଟର (ଖୋର୍ଦ୍ଧାରୋଡରୁ ନୁଆଗାଓଁ ପର୍ଯ୍ୟନ୍ତ ୯୦ କିଲୋମିଟର ଏବଂ ବଲାଙ୍ଗୀରରୁ ଝାରଥରାବା ପର୍ଯ୍ୟନ୍ତ ୨୫ କିଲୋମିଟର) ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି ।

Breaking News