ରିପୋର୍ଟ କାର୍ଡ / ଜଗତସିଂହପୁର
ଦୁଇ ବର୍ଷର ଶିଶୁ ପୁତ୍ରକୁ ଜଣେ ଫେରିଵାଲା ଅପହରଣ କରିନେଇଥିବା ଅଭିଯୋଗ ହୋଇଛି | ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ବିରିଡି ଥାନା ଶିବପୁର ପଞ୍ଚାୟତରେ | ଶଙ୍କରପୁର ଗାଁରେ ମାମୁଁ ଘରକୁ ବୁଲିବାକୁ ଆସି ଦୁଇ ବର୍ଷର ଶିଶୁ ପୁତ୍ର ଖେଳୁଥିବା ସମୟରେ ଅପହରଣ ହୋଇଥିବା ବିରିଡି ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ମଙ୍ଗଳପୁର ଗାଁର ସୌମ୍ୟରଂଜନ ଭୋଇ ଏବଂ ଶୁନୁଲତା ଭୋଇ ପୁଅକୁ ସାଙ୍ଗରେ ଆଣି ବାପାଘର ଶଙ୍କରପୁର ବୁଲିବାକୁ ଆସିଥିଲେ। ସୋମବାର ମଧ୍ୟାହ୍ନରେ ପୁଅ ଦାଣ୍ଡରେ ଖେଳୁଥିଲା। କିିନ୍ତୁ କିଛି ସମୟ ପରେ ପୁଅକୁ ଆଉ ଦାଣ୍ଡରେ ଘର ଲୋକେ ପାଇନଥିଲେ। ତେବେ ଜଣେ ଅଜଣା ଫେରିଵାଲା ଶିଶୁଟିକୁ ଏକ ଲୁନାରେ ବସାଇ ନେଇ ଯାଇଥିବାର ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ଏ ବାବଦରେ ବିରିଡି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ବିରିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିବା ସହ ବିଭିନ୍ନ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..