ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ଭାଇରସର ପ୍ରକୋପ ଏବେ ବି କମିନାହିଁ। ଏହା ଭିତରେ ଖବର ଆସିଛି ଯେ କୁକୁଡ଼ା ଫାର୍ମରେ ୮ ପ୍ରକାର ଭୟଙ୍କର ଭାଇରସ ବଢୁଛି। ଯଦି ଏହି ଭାଇରସ ବ୍ୟାପେ ତାହେଲେ ପରିଣାମ କରୋନାଠୁ ମଧ୍ୟ ଭୟାବହ ହେବ। ଗତ ବର୍ଷ ଋଷରେ ଲେଖା ଲକ୍ଷ କୁକୁଡ଼ାଙ୍କୁ ହଠାତ ମାରିଦିଆ ଯାଇଥିଲା। ଏହି କୁକୁଡ଼ାଙ୍କ ମଧ୍ୟ ଏଭିୟନ ଫ୍ଲୁ ଲକ୍ଷଣ ଦେଖାଦେଇଥିଲା। ଏହାପରେ ଫାର୍ମକୁ ବନ୍ଦ କରିଦିଆଯାଇଥିଲା। ଏହି ଫ୍ଲୁ ମଣିଷଙ୍କ ମଧ୍ୟରେ କରୋନାଠୁ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଥାଏ। ଏଭିୟନ ଫ୍ଲୁର ଏହି ଷ୍ଟ୍ରେନକୁ H5N8 ନାଁ ଦିଆଯାଇଥିଲା। କୁକୁଡ଼ା ଫାର୍ମରୁ ଏହି ଷ୍ଟ୍ରେନ ସେଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ସଂକ୍ରମିତ କରିଥିଲା। ଏହାପରେ ଦେଖୁ ଦେଖି ୭ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା ଓ ଚିକିତ୍ସା ପରେ ଏମାନେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ଭାଇରସ ରୋକିବାକୁ ଫ୍ୟାକ୍ଟ୍ରିର ୯ ଲକ୍ଷ କୁକୁଡ଼ାଙ୍କୁ ମାରିବାକୁ ପଡିଥିଲା। କୁକୁଡ଼ା ରପ୍ତାନି ହୋଇଥିଲେ ଭାଇରସ ବ୍ୟାପି ଯାଇଥାନ୍ତା। ଋଷର ଏହି ଘଟଣା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସେୟାର କରାଯାଇଥିଲା କିନ୍ତୁ ସେତେବେଳେ WHO କରୋନା ମାମଲାରେ ଚିନ୍ତିତ ଥିଲା। ରୁଷ ଫେଡେରେଶନର ମୁଖ୍ୟ ଉପଭୋକ୍ତା ପରାମର୍ଶଦାତା ଏନା ପୋପୋଭା କହିଛନ୍ତି ଯେ ବିଶ୍ୱର ବୈଜ୍ଞାନିକ ଯଥାଶୀଘ୍ର H5N8 ଜୀବାଣୁ ଇଞ୍ଜେକ୍ସନ ତିଆରି କରିବା ଆରମ୍ଭ କରିବା ଉଚିତ୍। ଯଦି ଏଭଳି ନହୁଏ ଓ ଭାଇରସ ମଣିଷଙ୍କ ମଧ୍ୟରେ ବ୍ୟାପେ ତାହେଲେ ସ୍ଥିତି କରୋନାଠୁ ବି ଭୟାବହ ହେବ। ଏବେ ଯାଏଁ ଏଭିୟନ ଫ୍ଲୁର ୮ଟି ଭାରିଏଣ୍ଟ ବିଷୟରେ ଜଣାପଡିଛି ଓ ଏସବୁ ମଣିଷଙ୍କ ଜୀବନ ନେବାକୁ ସମର୍ଥ। କରୋନା କାରଣରୁ ଏଭିୟନ୍ ଫ୍ଲୁ ବିଷୟରେ ଅଧିକ ଆଲୋଚନା ହୋଇପାରିଲା ନାହିଁ କିନ୍ତୁ ଏହା ଅତ୍ୟନ୍ତ ବିପଦଜନକ। ଗତ ସପ୍ତାହରେ, ଚାଇନାରୁ ୪୮ ଜଣ H5N8 ଆକ୍ରାନ୍ତ ହୋଇଥିଲେ ଯେଉଁମାନଙ୍କର ଅତି ଗୁପ୍ତ ଭାବରେ ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ କୁକୁଡ଼ା ଫାର୍ମରେ କାମ କରୁଥିଲେ। କୁହାଯାଉଛି ଯେ ସେମାନଙ୍କ ମଧ୍ୟରୁ ଅଧାଙ୍କର ମୃତ୍ୟୁ ହୋଇଯାଇଛି। ଚାଇନା ସହିତ ବ୍ରିଟେନ ଏହି ଫ୍ଲୁ ଉପରେ ନଜର ରଖିଛି ରଖିଥିବା ସୂଚନା ମିଳିଛି |






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..