ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଡ଼ ଭାଇ ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି | ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରରେ ନୟାପଲ୍ଲୀ ଅଞ୍ଚଳ ନୂଆ ସାହିରେ। ଠିକରେ ପାଠ ପଢୁନଥିବାରୁ ସାନ ଭାଇକୁ ବଡ଼ ଭାଇ ମାଡ଼ ମାରିଥିଲା। ସେଥିରେ ସାନ ଭାଇର ମୃତ୍ୟୁ ହୋଇଛି। ମୃତକ ଜଣକ ରାଜମୋହନ ସେନାପତି। ସୂଚନା ମୁତାବକ, ସାନ ଭାଇ ରାଜମୋହନ ସେନାପତି ଏମ୍ବିଏ ପଢ଼ିବା ପରେ ବିଭିନ୍ନ କମ୍ପିଟିଟିଭ ପରୀକ୍ଷା ଦେଉଥିଲେ। ହେଲେ ଭଲ କରି ପରିଶ୍ରମ କରୁନଥିବାରୁ ସାନ ଭାଇ ରାଜମୋହନଙ୍କୁ ତାଗିଦ କରିଥିଲେ ବଡ଼ଭାଇ ବିଶ୍ୱମୋହନ। ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ରାଜମୋହନଙ୍କୁ ବଡ଼ ଭାଇ ବିଶ୍ୱମୋହନ ମାଡ଼ ମାରିଥିଲେ। ଏଥିରେ ରାଜମୋହନଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ବଡ଼ ଭାଇ ବିଶ୍ୱମୋହନଙ୍କୁ ଗିରଫ କରିଛି ପୋଲିସ ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..