Report Card Odisha

| Daily Odia News

ମୁସଲମାନମାନେ ସତର୍କ ରୁହନ୍ତୁ, କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନାହିଁ:ରିଜିଜୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ମୁସଲମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛି। ତେଣୁ ମୁସଲମାନମାନେ ସତର୍କ ରୁହନ୍ତୁ ବୋଲି ଚେତାଇ ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। କଂଗ୍ରେସ ସର୍ବଦା ବିଭାଜନ ଏବଂ ଶାସନ ନୀତି ଉପରେ ଚାଲିଆସୁଛି। ତେଣୁ ହିନ୍ଦୁ ଏବଂ ମୁସଲମାନମାନେ କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନ୍ତୁ ନାହିଁ ବୋଲି ରିଜିଜୁ ଏକ ଅନ୍ତର୍ଜାତୀୟ ସ୍ତରର ଖବର ସରବରାହ ସଂସ୍ଥାକୁ ମନ୍ତବ୍ୟ ଦେବା ଅବସରରେ କହିଛନ୍ତି। ବିଜେପି ସମ୍ବିଧାନକୁ ବଦଳାଇବା ଲାଗି ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ମିଥ୍ୟା ଅଭିଯୋଗ ଆଣି ଜନସାଧାରଣଙ୍କୁ ପଥଭ୍ରଷ୍ଟ କରୁଛି ବୋଲି ରିଜିଜୁ ଅଭି​‌ଯୋଗ କରିଛନ୍ତି। ରିଜିଜୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦୃଢ଼ତାର ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ପ୍ରକୃତ ରକ୍ଷକ। ସମସ୍ତ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିଜ୍ଞାବଦ୍ଧ। ମୋଦୀଙ୍କ ନେତୃତ୍ଵରେ ଅନେକ କାର୍ଯ୍ୟ କରାଯାଇଛି, ଯାହାକୁ ଦେଖି କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି ସେ କହିଛନ୍ତି।

Breaking News