ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦିଲ୍ଲୀର ରାମଲୀଳା ମଇଦାନରେ କିଷାନ ମହାପଞ୍ଚାୟତ ହେଉଛି । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ଦେଶବ୍ୟାପୀ ଲକ୍ଷାଧିକ କୃଷକ ଏବେ ଦିଲ୍ଲୀମୁହାଁ ହୋଇଛନ୍ତି। ଏମ୍ଏସ୍ପି ସର୍ବନିମ୍ନ ସହାୟକ ମୂଲ୍ୟ ଦାବିରେ କୃଷକମାନେ କିଷାନ ମହାପଞ୍ଚାୟତରେ ଯୋଗ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏସ୍କେଏମ୍ ନେତା ଦର୍ଶନ ପାଲ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ । ଏମ୍ଏସ୍ପି ପ୍ରସଙ୍ଗରେ କେନ୍ଦ୍ର ଦ୍ବାରା ଗଠନ ହୋଇଥିବା କମିଟି ଭାଙ୍ଗିବାପାଇଁ ଏସ୍କେଏମ୍ ପକ୍ଷରୁ ଅନୁରୋଧ କରାଯାଇଛି। ପେନ୍ସନ୍, ଋଣ ଛାଡ଼, କୃଷକ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପାଇଁ କ୍ଷତିପୂରଣ ଏବଂ ବିଦ୍ୟୁତ ବିଲ୍ ଛାଡ଼ ଭଳି ବିଭିନ୍ନ ଦାବି ସଂଘ ରଖିଛି।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..