Report Card Odisha

| Daily Odia News

କଂଗ୍ରେସ ଘୋଷଣା କଲା ବ୍ରଜରାଜନଗରର ବିଧାୟକ ପାର୍ଥୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରତେକ ଦଳ ନିଜ ନିଜ ପାର୍ଥି ଘୋଷଣା କରିସାରିଥିବା ବେଳେ ଆଜି କଂଗ୍ରେସ ପାର୍ଥି ଘୋଷଣା କରିଛି | କଂଗ୍ରେସ କିଶୋର ପଟେଲଙ୍କୁ ବ୍ରଜରାଜନଗର ର ବିଧାୟକ ପ୍ରାର୍ଥୀ ବାବାରେ ଘୋଷଣା କରିଛି । ପୂର୍ବରୁ ବିଜେଡି ଉପନିର୍ବାଚନ ପାଇଁ ସ୍ୱର୍ଗତ କିଶୋର ମହନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଏବଂ ବିଜେପି ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛନ୍ତି । ଉପନିର୍ବାଚନ ପାଇଁ ମେ ୧୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ମେ ୧୨ ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୧୭ ରେ ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହାପରେ ମେ ୩୧ରେ ଭୋଟଗ୍ରହଣ ହେବ ଏବଂ ଜୁନ୍ ୩ ରେ ଗଣତି ଓ ଫଳାଫଳ ପ୍ରକାଶ ହେବ । ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକ ଶୋକ ସଭାରେ ଯୋଗଦେଇ ଫେରିବା ପରେ କିଶୋର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଓ ଥରେ ରାଜ୍ୟସଭା ସାଂସଦ ପଦରେ ରହିଥିଲେ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।

 

Breaking News