ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଲୋକପ୍ରିୟ କିଶୋର ଭାଇନା ହୋଟେଲରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ପାଇଁ ସିଲ ହୋଇଛି | ଫୁଡ୍ ଲାଇସେନ୍ସ ବାତିଲ କରିବା ସହିତ ଜରିମାନା ଲଗାଇଛି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ | ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ କିଶୋର ଭାଇନା ମଟନ ହୋଟେଲରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ ହୋଟେଲ ଚଢଉ କରିଥିଲା ।

ମଟନ ଦୋକାନ ଚାରି କଡ଼ରେ ଅସ୍ୱାସ୍ଥ୍ୟକର ପରିବେଶ । ଡ୍ରେନ୍ ପାଖରେ ଦୋକାନ । ଏହାରି ଭିତରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍କୁ ବ୍ୟବହାର କରାଯାଉଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଛି ।

ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..