ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ୫ କ୍ୱିଣ୍ଟାଲ ରୁପାକୁ ଆଜି କୋଷାଗାରକୁ ନିଆଯାଇଛି | ଆସନ୍ତାବର୍ଷ ରଥଯାତ୍ରାବେଳେ କଳାହାଟ ଦ୍ୱାର ରୁପା ଛାଉଣୀ ହେବ। ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରେ ଏତେଦିନ ପର୍ଯ୍ୟନ୍ତ ରୁପାକୁ ସୁରକ୍ଷିତ ରଖିବା ସମ୍ଭବ ହେଉନଥିବାରୁ ଏହାକୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳଙ୍କ ଠାରୁ ଅନୁମତି ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ରୁପାକୁ ସ୍ଥାନାନ୍ତର କରିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି। ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସରିଯାଇଛି। କେବଳ କଳାହାଟ ଦ୍ୱାର ରୁପା ଛାଉଣି ହେବା ବାକି ରହିଛି। ପ୍ରାୟ ଏଗାରଟି ବାକ୍ସରେ ୫ କ୍ୱିଣ୍ଟାଲ ରୁପା ରହିଛି।
More Stories
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର: ବବି,ଡାନି ସୁଲତା ଆହତ…..
ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ…..
ଉତ୍ତରରେ ପ୍ରବଳ ବର୍ଷା ସମ୍ଭାବନା……