ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଚି ବିଶ୍ବବିଦ୍ୟାଳୟରେ ଦଳାଚକଟାରେ ୪ଜଣଙ୍କର ମୃତ୍ୟୁ ହୋଇଛି। କେରଳର କୋଚିସ୍ଥିତ କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଦଳାଚକଟା ହୋଇଛି। ଏହି ଦଳାଚକଟାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ମ୍ୟୁଜିକ କନସର୍ଟ ଚାଲିଥିବାବେଳେ ଦଳାଚକଟା ହୋଇଥିଲା। ଏଥିରେ ଅନେକ ଛାତ୍ରଛାତ୍ରୀ ଗୁରୁତର ଥିବା ମଧ୍ୟ ଜଣାପଡ଼ିଛି। ଗୁରୁତର ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦଳାଚକଟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……