Report Card Odisha

| Daily Odia News

ମଧ୍ୟାହ୍ନ ଭୋଜନରେ ସାପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟାହ୍ନ ଭୋଜନରେ ବାହାରିଲା ସାପ | ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରାଥମିକ ସ୍କୁଲରେ ପାଠପଢ଼ୁଥିବା ପିଲା ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ଭର୍ତ୍ତି ହୋଇଥିବା ଅସୁସ୍ଥ ପିଲା ସଂଖ୍ୟା ୩୦ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୀରଭୂମି ଜିଲ୍ଲାର ମୟୂରଶ୍ୱର ବ୍ଲକରେ ଥିବା ଏକ ପ୍ରାଥମିକ ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। ଏହି ଭୋଜନ ଖାଇବା ପରେ ଜଣକ ପରେ ଜଣେ ଏପରି ୩୦ଜଣ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିଲା, ଆଉ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣା ପ‌ରେ ସ୍କୁଲ ପରିସରରେ ଅଭିଭାବକମାନେ ଉତ୍ତେଜନା ଆରମ୍ଭ କରି ପ୍ରଧାନଶିକ୍ଷକଙ୍କୁ ଅଟକ କରି ତାଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ। ତେବେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରା ଯିବାରୁ ସେ କହିଥିଲେ ‌ଯେ, ‘ ରୋଷେଇ ପାଇଁ ରହିଥିବା ବାସନ ଅର୍ଥାତ ଯେଉଁ ବାସନରେ ଡାଲି ଥିଲା, ସେଥିରେ ଗୋଟିଏ ମଲା ସାପଥିବ‌ା ଦେଖିବାକୁ ମିଳିଥିଲା ।’ ଏହି କର୍ମଚାରୀଙ୍କ ଏଭଳି ବୟାନ ପରେ ମଧ୍ୟାହ୍ନ ଭୋଜନରେ ସାପ ପଡ଼ିଥିବା ହେତୁ ଏତେମାତ୍ରାରେ ପିଲା ଅସୁସ୍ଥ ହୋଇ ପଡ଼ିଥିବା କୁହାଯାଉଛି।

Breaking News