ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ମଙ୍ଗଳବାର ଏକ ନୂଆ ନୋଟିସ ଜାରିକରିଛି। ଏହା ପୂର୍ବରୁ ସୋମବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ସମନ ଜାରି କରିଥିଲା। ଯାହାକୁ ନେଇ ଅଭିଷେକ ଅଭିଯୋଗ କରି କହିଥିଲେ ଯେ, ସୁପ୍ରିମକୋର୍ଟ ରୋକ ଲଗାଇବା ସତ୍ତ୍ୱେ ତାଙ୍କୁ ସିବିଆଇ ନୋଟିସ ପଠାଯାଇଛି। ଯାହା ସୁପ୍ରିମକୋର୍ଟଙ୍କ ଅବମାନନା କରାଯାଉଛି ବୋଲି ସେ କହିଥିଲେ। ଏସବୁ ମଧ୍ୟରେ ବର୍ତ୍ତମାନ ସିବିଆଇ ନୂଆ ନୋଟିସ ଜାରି କରିଛି। ତେବେ ନୋଟିସ ଉଲ୍ଳେଖ ଅଛି ଯେ, ଅଭିଷେକଙ୍କୁ ପଚରାଉଚରା ପାଇଁ ଯେଉଁ ନୋଟିସ ପଠାଯାଇଥିଲା, ତାହା ଉପରେ ରୋକ ଲଗାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….