Report Card Odisha

| Daily Odia News

ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା:ସିବିଆଇ ହାତରେ ଲାଗିଛି ସିସିଟିଭି ଫୁଟେଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଲକାତା ଆର ଜି କର ମେଡିକାଲର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ହାତରେ ଏକ ସିସିଟିଭି ଫୁଟେଜ ଲାଗିଛି। ପୀଡ଼ିତା କାମ କରୁଥିବା ଛାତି ବିଭାଗରେ ଲାଗିଥିବା କ୍ୟାମେରାରୁ ସିବିଆଇ ଫୁଟେଜ ସଂଗ୍ରହ କରିଛି । ଅଭିଯୁକ୍ତ ସଞ୍ଜୟ ରଏ ଘଟଣା ଦିନ ପୀଡ଼ିତାଙ୍କୁ ଚାହିଁ ରହୁଥିବା ଏବଂ ତାଙ୍କ ନିକଟରେ ଏପଟସେପଟ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସିବିଆଇ ପକ୍ଷରୁ ଅଭିଯୁକ୍ତର ସାଇକୋ ଆନାଲିସିସ ପରୀକ୍ଷା କରାଯାଇଛି, ଯେଉଁଥିରେ ଅଧିକାରୀମାନେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସଞ୍ଜୟ ଏକ ଯୌନ ପୀପାସୁ ଏବଂ ପାଶବିକ ପ୍ରବୃତ୍ତିର ବ୍ୟକ୍ତି ଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଅଗଷ୍ଟ ୮ ତାରିଖ ପୂର୍ବାହ୍ନ ୧୧ଟାରେ ସଞ୍ଜୟ ଛାତି ବିଭାଗ ଓ୍ବାର୍ଡରେ ଉପସ୍ଥିତ ଥିଲା। ଯେଉଁଠାରେ ପୀଡ଼ିତା ଏବଂ ୪ ଜଣ କନିଷ୍ଠ ଡାକ୍ତର ବି ଥିଲେ। ସଞ୍ଜୟ କିଛି ସମୟ ଧରି ପୀଡ଼ିତାଙ୍କୁ ନିରୀକ୍ଷଣ କରିବା ପରେ ସେଠାରୁ ଚାଲିଯାଇଥିଲା। ଏହା ପରେ ସନ୍ଧ୍ୟାରେ ସଞ୍ଜୟ ପୁଣି ଥରେ ଓ୍ବାର୍ଡରେ ପ୍ରବେଶ କରିଥିଲା। ରାତିରେ ପୀଡ଼ିତା ଭୋଜନ ପାଇଁ ଅନ୍ୟ ୪ କନିଷ୍ଠ ଡାକ୍ତରଙ୍କ ସହିତ ଓ୍ବାର୍ଡରୁ ବାହାରି ଚାଲିଯାଇଥିଲେ। ପରେ ରାତି ପ୍ରାୟ ୧ ଟା ସମୟରେ ସେ ବିଶ୍ରାମ ନେବାକୁ ସେମିନାର ହଲ୍‌କୁ ଯାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ଜଣେ କନିଷ୍ଠ ଡାକ୍ତର ପୀଡ଼ିତାଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲେ। ଏହା ପରେ ପୀଡ଼ିତା ସେମିନାର ହଲ୍‌ରେ ଶୋଇପଡ଼ିଥିଲେ। ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ସଞ୍ଜୟ ରାତି ପ୍ରାୟ ୪ଟାରେ ପୁଣି ଥରେ ହସ୍ପିଟାଲ ଆସିଥିଲା। ତେଣୁ ସେ ସେମିନାର ହଲ୍‌କୁ ଯାଇ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ତଦନ୍ତକାରୀ ଦଳ ଅନୁମାନ କରୁଛି।

Breaking News