Report Card Odisha

| Daily Odia News

କୋମନା ଗୁଳିକାଣ୍ଡ:କୋରାପୁଟ ବିଧାୟକଙ୍କ ପିଏସଓ ନିଲମ୍ବିତ…….

ରିପୋର୍ଟ କାର୍ଡ / ନୂଆପଡା

ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ଶନିବାର ଘଟିଥିବା ଏକ ଗୁଳିକାଣ୍ଡ ଘଟଣାରେ କୋରାପୁଟ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ନିଲମ୍ବିତ ହୋଇଛନ୍ତି। କୋରାପୁଟ ଏସପି ପିଏସଓ ଡମ୍ବରୁ ହନ୍ତାଳଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ, ଶନିବାର କୋମନାର ଏକ ହୋଟେଲରେ କୌଣସି କଥାକୁ ନେଇ ବଚସା ହୋଇଥିଲେ। ଏଥିରେ ସମ୍ପୃକ୍ତ ଥିବା ପିଏସଓ ହନ୍ତାଳ ଫାଙ୍କା ଗୁଳିଚାଳନା କରିଥିଲେ। ନିର୍ବାଚନୀ ପ୍ରଚାର ଚାଲିଥିବା ସମୟରେ ଏଭଳି ଗୁଳିକାଣ୍ଡକୁ ବିଜେଡି ରାଜନୈତିକ ରୂପ ନେବା ସହିତ ବିଜେପି ନିର୍ବାଚନ ଜିତିବାକୁ ଗୁଳି ଫୁଟାଉଛି ବୋଲି ଅଭିଯୋଗ ମଧ୍ୟ କରିଥିଲା। ଏହି ଘଟଣାରେ କୋରାପୁଟ ଏସପି ପିଏସଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହା ସହିତ ହନ୍ତାଳଙ୍କ ବନ୍ଧୁକ ଜବତ କରାଯାଇଛି। ଜଣେ ଏସଆଇଙ୍କ ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଥିବା ଜଣାପଡ଼ିଛି।

Breaking News