Report Card Odisha

| Daily Odia News

ପାଠାଗାର ଭିତର କୁ ପଶିଗଲା ବସ୍‌…..

ରିପୋର୍ଟ କାର୍ଡ /କୋରାପୁଟ

ବିଜୁ ପାଠାଗାର ଭିତର କୁ ବସ୍‌ ପଶିଯାଇଛି। ପାଠାଗାରଟି ବନ୍ଦ ଥିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଏଭଳି ଦୁର୍ଘଟଣା ଜନଗହଳୀ ପୂର୍ଣ୍ଣ କରାପୁଟ ଟାଉନ୍‌ରେ ଘଟିଛି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ କୋରାପୁଟ ଜିଲ୍ଲାରୁ ୨୧୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଶନିବାର ସେମାନଙ୍କୁ ରାୟଗଡ଼ା ଷ୍ଟେସନ୍‌କୁ ନେବା ପାଇଁ ୩ଟି ଘରୋଇ ବସର ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ। ସନ୍ଧ୍ୟା ବେଳେ ୩ଟି ବସ୍‌ ଜିଲ୍ଲା ସଂସ୍କୃତି ଭବନ ସମ୍ମୁଖକୁ ଆସିଥିଲା। ବସ୍‌ଟି ସଂସ୍କୃତି ଭବନ ଆଗରେ ଛିଡ଼ା ହୋଇଥିଲା। ଡ୍ରାଇଭର ଷ୍ଟାର୍ଟ କରିବା ପୂର୍ବରୁ ବସ୍‌ଟି ଗଡିବାରେ ଲାଗିଥିଲା। ଡ୍ରାଇଭର ଯେତେ ଚେଷ୍ଟା କରିଥିଲେ ମଧ୍ୟ ବସ୍‌କୁ ଅଟକାଇ ପାରିନଥିଲେ। ବସ୍‌ଟି ଭିଡ ଭିତରେ ଜାତୀୟ ରାଜପଥକୁ ଅତିକ୍ରମ କରି ବିଜୁ ପାଠାଗାର ଭିତରେ ପଶି ଯାଇଥିଲା। ବ୍ରେକ୍‌ ଫ୍ରେଲ୍‌ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟାଉନ୍‌ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Breaking News