Report Card Odisha

| Daily Odia News

ସରପଞ୍ଚଙ୍କୁ ହତ୍ୟା କରି ପୋତି ଦେଲେ….

ରିପୋର୍ଟ କାର୍ଡ / କୋରାପୁଟ

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀଙ୍ଗୁରୁ ତାଡିଙ୍ଗ। ଗତକାଲି ବିଳମ୍ବିତ ରାତିରେ ସୀଙ୍ଗୁରୁଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତେବେ କିଏ ଓ କାହିଁକି ପୂର୍ବତନ ସରପଞ୍ଚ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି |

Breaking News