ରିପୋର୍ଟ କାର୍ଡ / କୋରାପୁଟ
ମୀନାବଜାରରେ ପଡ଼ିଥିବା ବ୍ରେକଡ୍ୟାନ୍ସ ଝୁଲାରେ ବସି ଝୁଲିବା ସମୟରେ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଘଟିଛି। ମୃତା ନାବାଳିକା ହେଉଛନ୍ତି କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନ । କୋଟପାଡ଼ ସହରରେ ରଥଯାତ୍ରା ସମୟରେ ମୀନାବଜାର ପଡ଼ିଥିଲା। ଏହି ମୀନାବଜାର ବୁଲିବାକୁ ମହମଦ ୟାକୁବ ପରିବାର ସହ ଯାଇଥିବା ବେଳେ ସେଠାରେ ଝିଅ ଆଲଫିଆ ବାନ ବ୍ରେକଡ୍ୟାନ୍ସ ଝୁଲାରେ ବସିଥିଲେ। ଝୁଲା ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ୍ ଆଲଫିଆ ବାନ ଅଚେତ ହୋଇପଡ଼ିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳିକାଙ୍କ ମୃତ୍ୟୁ ପରେ ମୀନବଜାର ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ.ଶଙ୍କର ରାଓ । ବ୍ରେକଡ୍ୟାନ୍ସ ଝୁଲା ପରି ବିପଦଜନକ ଖେଳ ପାଇଁ କିଏ ଅନୁମତି ଦେଲା ତାହାର ଏବେ ଖୋଳତାଡ଼ ଆରମ୍ଭ ହୋଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..