ରିପୋର୍ଟ କାର୍ଡ / କୋରାପୁଟ
ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଯାତ୍ରୀବାହୀ ବସ୍ ଜଳିଯାଇଛି | ହାଇଦ୍ରାବାଦ ଠାରୁ ସିନାପାଲି ଯାଉଥିବା ଗୁପ୍ତା ବସରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ଅଳ୍ପକେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ବସ୍ଟି ବୋରିଗୁମ୍ମା ବସଷ୍ଟାଣ୍ଡରେ ଠିଆ ହେଇଥିବା ସମୟରେ ଟାୟାର ଫାଟି ହଠାତ୍ ନିଆଁ ଲାଗି ଯାଇଥିଲା । ବସ୍ରେ ନିଆଁ ଲାଗିବା ଫଳରେ ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ଓହ୍ଲାଇ ପଡ଼ିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..