ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂଜକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଘରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି କୋରାପୁଟ ଟାଉନ୍ ଥାନା ଅଧୀନ ସହରର ବାଟମଙ୍ଗଳା ଛକ ନିକଟରେ। ମୃତ ପୂଜକ ଜଣଙ୍କ ହେଲେ ରମେଶ ଚନ୍ଦ୍ର ତ୍ରିପାଠୀ। ରମେଶ ବାଟମଙ୍ଗଳା ଛକ ନିକଟରେ ଥିବା ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜା କରୁଥିଲେ। ଆଜି ସକାଳେ ରମେଶଙ୍କ ହାତଗୋଡ଼ ବନ୍ଧା ମୃତଦେହ ଘରେ ପଡ଼ିଥିବା ଜଣେ ବ୍ୟକ୍ତି ଦେଖିଥିଲେ। ଏନେଇ ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରମେଶଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି। ରମେଶଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ଘରର ଜିନିଷ ପତ୍ର ଏତେତେଣେ ପଡ଼ିଥିଲା। କିଛି ବର୍ଷ ପୂର୍ବରୁ ରମେଶଙ୍କ ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ଘଟିଛି। ତାଙ୍କର ଏକ ମାତ୍ର ଝିଅର ବିବାହ ହୋଇଯାଇଛି।






More Stories
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..