ରିପୋର୍ଟ କାର୍ଡ / କୁଟିଆ
ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିବା ପରେ ବି କୋଟିଆ ସ୍ଥିତି କୌଣସି ପରିବର୍ତ୍ତନ ହୋଇନାହିଁ। ଜାରି ରହିଛି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଅଧିକାରୀ ଖୁଲମ୍ଖୁଲା ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ ପ୍ରତିଶ୍ରୁତି ଦେଉଛନ୍ତି। ଅଳ୍ପ ଦିନ ମଧ୍ୟରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ପରିବର୍ତ୍ତନ କରିଦେବେ ବୋଲି ପ୍ରଲୋଭିତ କରୁଛନ୍ତି। ଏଥିପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିବାଦୀୟ କୋଟିଆରେ ଆନ୍ଧ୍ର ପକ୍ଷରୁ ଦୁଇ ମାସ ହେଲା ଜାରି ରହିଛି। ଏହିକ୍ରମରେ ମଙ୍ଗଳବାର ପୁଣି ଆନ୍ଧ୍ର ପକ୍ଷରୁ କୋଟିଆରେ ଅନୁପ୍ରବେଶ ହୋଇଥିଲା। ଗତ କିଛି ଦିନ ହେଲା ବାରମ୍ବାର ଆନ୍ଧ୍ରର ସରକାରୀ ଅଧିକାରୀ ଏବଂ ଠିକାଦାର କୋଟିଆରେ ପଶୁଛନ୍ତି। ଏଠାରେ ଏକ ଘରୋଇ ମୋବାଇଲ୍ କଂପାନିର ଟାୱାର ସ୍ଥାପନ କରାଯାଉଛି। ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସଂପୃକ୍ତ ଘରୋଇ କଂପାନି ଏଠାରେ ଟାୱାର ସ୍ଥାପନ କରୁଥିବା ଜଣାପଡ଼ିଛି। ବିଭିନ୍ନ ଗାଁରେ ମନରେଗା ଗ୍ରାମସଭା ଆୟୋଜନ କରି ମହିଳା ଓ ବୃଦ୍ଧାଙ୍କୁ ମଧ୍ୟ ସାମିଲ କରାଯାଉଛି। ସ୍ବାସ୍ଥ୍ୟ ମେଳାର ଆୟୋଜନ କରି ସେବା ଯୋଗାଇ ଦିଆଯାଉଛି। କିଛି ଦିନ ତଳେ ଓଡ଼ିଶା ପକ୍ଷରୁ ଲାଗିଥିବା ବିଦ୍ୟୁତ୍ ମିଟରକୁ ବାହାର କରାଯାଇଥିଲା। ସେହି ସ୍ଥାନରେ ଆନ୍ଧ୍ରର ବିଦ୍ୟୁତ୍ ମିଟର ଲାଗିଥିଲା। ଆଜି କୋଟିଆ ପଞ୍ଚାୟତର କିଛି ଘରେ ଆନ୍ଧ୍ର ପକ୍ଷରୁ ଷ୍ଟିକର୍ ଲାଗିଛି। ଏହି ଷ୍ଟିକର୍ କେଉଁ ଉଦ୍ଦେଶ୍ୟରେ ଲାଗିଛି, ସେଥିରେ କ’ଣ ଉଲ୍ଲେଖ ହୋଇଛି ଜଣାପଡ଼ିନି।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….