Report Card Odisha

| Daily Odia News

ଆନ୍ଧ୍ରର ୧୩ ନୂଆ ଜିଲ୍ଲାରେ କୋଟିଆ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୩ ନୂଆ ଜିଲ୍ଲା ଗଠନ କରିଛି ଆନ୍ଧ୍ରପ୍ରଦେଶ । କିନ୍ତୁ ବିବାଦ ବଢାଇଛି ନୂଆ ଜିଲ୍ଲା ଗଠନ । ଆନ୍ଧ୍ର ସରକାର ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଚିତ କୋଟିଆକୁ ନିଜ ରାଜ୍ୟରେ ସ୍ଥାନ ଦେଇଛି । ଏହାସହ କୋଟିଆ ପାର୍ବତୀପୁରମ ଜିଲ୍ଲାର ଏକ ଅଂଶ ଥିବା ନୂଆ ମ୍ୟାପରେ ଦର୍ଶାଇଛି । ଯାହାକୁ ନେଇ ବିବାଦ ଜୋର ଧରିଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ ନୂଆ ୧୩ଟି ଜିଲ୍ଲା ସ୍ଥାପନ କରିଛନ୍ତି । ଫଳରେ ମୋଟ୍ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଏହାସହ ନୂଆ ଜିଲ୍ଲା ୱେବ ପୋର୍ଟାଲ ଏବଂ ମ୍ୟାପ ଉନ୍ମୋଚନ କରିଛନ୍ତି । କିନ୍ତୁ କୋଟିଆକୁ ମଧ୍ୟ ସେ ରାଜ୍ୟରେ ସାମିଲ କରିଛନ୍ତି । ପୂର୍ବରୁ କୋଟିଆ ବିଜୟ ନଗରମ ଜିଲ୍ଲାରେ ଥିବା ବେଳେ ନୂଆ ବ୍ୟବସ୍ଥା ଅନୁସାରେ ଏବେ ପାର୍ବତୀପୁରମ ଜିଲ୍ଲାରେ ରହିବ। କୋଟିଆ କୁ ପଛୁଆ ଅଂଚଳ ଦର୍ଶାଇ ୨୮ଟି ଗାଁ ଓ ୧୨ଟି ପଡ଼ା ନୂଆ ପାର୍ବତୀପୁରମ ଜିଲ୍ଲାରେ ସ୍ଥାନ ଦିଆଯାଇଥିବା ଆନ୍ଧ୍ର ଦର୍ଶାଇଛି । କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ଆନ୍ଧ୍ରକୁ ମଧ୍ୟ କୋର୍ଟ ସମାଲୋଚନା କରିଛନ୍ତି । ଏହା ସତ୍ତ୍ୱେ ବାରମ୍ବାର ଆନ୍ଧ୍ର ଅଧିକାରୀ କୋଟିଆ ମଧ୍ୟକୁ ପ୍ରବେଶ କରି ଲୋକଙ୍କୁ ଲୋଭାନ୍ୱିତ କରିବା ସହିତ  ଉନ୍ନୟନମୂଳକ କାମ କରୁଛି । ଏହା ଦେଖି  ଓଡିଶା ସରକାର ମଧ୍ୟ କୋଟିଆବାସୀଙ୍କୁ ଆନ୍ଧ୍ରର ଜାଲରେ ନଫସିବା ପାଇଁ ବାରମ୍ବାର କହୁଛନ୍ତି । ନିକଟରେ ସମାପ୍ତ ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଓଡିଶାରେ ଭୋଟ୍ ଦେଇଥିଲେ । ସେମାନଙ୍କ ନେତା ମଧ୍ୟ ବାଛିଥିଲେ । ଏହା ସତ୍ତ୍ୱେ ଆନ୍ଧ୍ର ବେଆଇନ ଭାବେ କୋଟିଆକୁ ନିଜର ଦାବି କରିଛି । ଏହି ଦିଗରେ ଓଡିଶା ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି  ତାହା ଦେଖିବାକୁ ରହିଲା |

 

Breaking News