Report Card Odisha

| Daily Odia News

ଓଏଫ୍‌‌ଡିସି ଛାଡ଼ିଲେ କୁନା ତ୍ରିପାଠୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଛାଡ଼ିଲେ କୁନା ତ୍ରିପାଠୀ। ନିଗମର ଅଧ୍ୟକ୍ଷ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ବକ୍ସିବଜାରସ୍ଥିତ ଓଏଫ୍‌‌ଡିସି କାର୍ଯ୍ୟାଳୟ ‘ଚଳଚ୍ଚିତ୍ର ଭବନ’ରୁ ଶ୍ରୀ ତ୍ରିପାଠୀ ତାଙ୍କ ଇସ୍ତଫାପତ୍ର ମୁଖ୍ୟଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପ୍ରଦାନ ସମୟରେ ତାଙ୍କ ସହିତ ବରିଷ୍ଠ ସିନେମା ନିର୍ଦେଶକ ବସନ୍ତ ସାହୁ, ଫିଲ୍ମ ଓ ସଙ୍ଗୀତ ନିର୍ଦେଶକ ଅରୁଣ ମହାନ୍ତି, ପ୍ରଯୋଜକ ସାରଦା ପଣ୍ଡା ଓ ନିର୍ଦେଶକ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ପଦର ଏହି ଅନ୍ତିମଦିନରେ ଶେଷଥର ପାଇଁ ସେ ବହୁଶ୍ରମରେ ଗଢି ପାରିଥିବା ଅଭିଲେଖାଗାର ବୁଲି ଦେଖିବା ସହ କିଛିକ୍ଷଣ ପାଇଁ ଭାବବିହ୍ୱଳ ହୋଇଥିଲେ। ପ୍ରାୟତଃ ଦୁର୍ଲଭ ପୁରୁଣା ସିନେମା ପ୍ରିଣ୍ଟ, ଗୀତବହି, ଫଟୋ ଆଦି ମିଳୁନଥିଲା ବେଳେ କୁନାଙ୍କ ପ୍ରଚେଷ୍ଟାରେ ପ୍ରଥମ ‘ଓଡ଼ିଆ ସିନେମା ଅଭିଲେଖାଗାର’ର ପ୍ରତିଷ୍ଠା ଏହି ଚଳଚ୍ଚିତ୍ର ଭବନରେ ସମ୍ଭବ ହୋଇଥିଲା। ଏହି ଅଭିଲେଖାଗାରର ବହୁକାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଗଲା ବୋଲି ସେ ଦୁଃଖପ୍ରକାଶ କରିଥିଲେ।

Breaking News